News

ଆଇଏଏସ ଅପରାଜିତା ଷଡଙ୍ଗୀ ମିଶିବେ ବିଜେପିରେ, ହେବେ ଭୁବନେଶ୍ବର ଲୋକସଭା ପ୍ରାର୍ଥି !

ଅଭିନେତାଙ୍କ ପରେ ଏବେ ଅଫିସରଙ୍କ ରାଜନୀତି ପ୍ରୀତି । ଆଇଏଏସ୍ ଚାକିରି ଛାଡି ରାଜନୀତିରେ ନୂଆ ଇଂନିସ ଖେଳିବେ ଅପରାଜିତା ଷଡଙ୍ଗୀ । ବିଏମସି ମେୟର ଓ ଗଣଶିକ୍ଷା ବିଭାଗର ସଚିବ ଥିବା ବେଳେ ଅପରାଜିତା ଯେଉଁ ଛାପ ଛାଡିଛନ୍ତି ସେଥିରେ ନିଜପାଇଁ ସେ ସାଧାରଣ ଲୋକଙ୍କ ପାଖରେ ନୂଆ ପରିଚୟ ସଡଷ୍ଟି କରିଛନ୍ତି । ସେଇ ଆଧାରରେ ସେ ପଲିଟିକାଲ ଏଣ୍ଟ୍ରି ଯୋଜନାରେ ଅଛନ୍ତି । କୁହାଯାଉଛି ବିଜେପି ଟିକେଟରୁ ସେ ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥି ହୋଇପାରନ୍ତି । ହେଲେ ଏଯାଏଁ ନିଜର କାର୍ଡ ଖୋଲି ନାହାଁନ୍ତି ଅପରାଜିତା ।।..

ନିର୍ବାଚନ ଲଢିବେ ଆଇଏଏସ୍ ଅପରାଜିତା ଷଡଙ୍ଗୀ । ସେଥିପାଇଁ ସେ ଛାଡିଛନ୍ତି ଚାକିରି । ବିଜେପିରୁ ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଂ ସେ ପ୍ରାର୍ଥି ହେବେ । ଏଭଳି ଏକ ଚର୍ଚା ଏବେ ଚର୍ଚ୍ଚା ଜୋର ଧରିଛି । ଅପରାଜିତାଙ୍କ ସ୍ବେଛାକୃତ ଅବସର ପାଇଂ ରାଜ୍ୟ ସରକାର କ୍ଲିଅରାନ୍ସ ଦେବାପରେ ଏଭଳି ଚର୍ଚ୍ଚା ସାମ୍ନାକୁ ଆସିଛି । ଅବଶ୍ୟ ଅପରାଜିତା ରାଜନୀତିରେ ଯୋଗ ଦେବେ କି ନାହିଁ ସେନେଇ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାଁନ୍ତି । କିନ୍ତୁ ସେ ଖୁବ୍ ଶିଘ୍ର ଏନେଇ ଖୁଲାସା କରିବେ ବୋଲି କୁହାଯାଉଛି । ଯେହେତୁ ଅପରାଜିତା ଭୁବନେଶ୍ବର ମୁନିସିପାଲ କର୍ପୋରେସନର କମିଶନର ଥିବାବେଳେ ଅନେକ କାମ କରି ଚର୍ଚାକୁ ଆସିଥିଲେ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଥିବାବେଳେ ସ୍କୁଲ ଦିଦିଙ୍କ ଯୁନିଫର୍ମ ଆଦି ଅନେକ ପଦକ୍ଷେପ ନେଇ ଚର୍ଚାରେ ଥିଲେ ସେଥିପାଇଁ ସେ ଏକ ପରିଚିତ ନାଁ । ସେଥିପାଇଁ ଅପରାଜିତାଙ୍କୁ ଭୁବନେଶ୍ବରରେ ଲୋକସଭା ଟିକେଟ ଦେଇ ବିଜେପି ଏହି ସିଟ୍ ହାତେଇବା ଯୋଜନାରେ ଅଛି ବୋଲି କୁହାଯାଉଛି ।

ଆଇଏଏସ୍ ଭଳି ଚାକିରି ଛାଡି ଅପରାଜିତା ଷଡଙ୍ଗୀଙ୍କ ରାଜନୀତିରେ ଯୋଗଦାନ ଏକ ନୂଆ ଟ୍ରେଣ୍ଡକୁ ଆଗକୁ ନେବ । ଆଗରୁ ଏଜି ଭଳି ଚାକିରି ଛାଡି ଅମର ପଟନାୟକ ବିଜେଡିରେ ଯୋଗଦେବା, ମୁମ୍ବାଇ ପୋଲିସ କମିଶନର ପଦବୀରୁ ଅବସର ନେବାପରେ ଅରୂପ ପଟନାୟକ ରାଜନୀତିରେ ପ୍ରବେଶ କରିବା ଆଦି ଘଟଣା ନିଶ୍ଚିତ ଭାବେ ଏକ ଭଳ ସଂଙ୍କେତ ବୋଲି କୁହାଯାଇ ପାରେ । କାରଣ ରାଜନୀତିକୁ ଭଲ ଲୋକ ଆସିବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ଅପରାଜିତା ଷଡଙ୍ଗିଙ୍କ ପଲିଟିକାଲ ଏଣ୍ଟ୍ରି ଉପରେ ଅନ୍ୟଦଳ ମାନେ ବି ତୀକ୍ଷ୍ଣ ନଜର ରଖିଛନ୍ତି ।

ଅପରାଜିତା ଜଣେ ଡାଇନାମିକ୍ ଅଫିସର ଭାବେ ଜଣାଶୁଣା ଥିଲେ । ସେଥିପାଇଁ ରାଜନୀତିରେ ବି କିଛି କମାଲ ଦେଖାଇବେ ବୋଲି ଆଶା କରାଯାଉଛି । ୧୯୯୪ ବ୍ୟାଚର ଏହି ଅଫିସର ଗତ ୫ ବର୍ଷ ଧରି କେନ୍ଦ୍ରିୟ ଡେପୁଟେସନରେ ଥିଲେ । ସେଠି ସେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଭାବେ କାମ କରୁଥିଲେ ।

Click to comment

Leave a Reply

Your email address will not be published. Required fields are marked *

To Top