News

ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପଛରେ ଏମଆଇଟି ସଂସ୍ଥାକୁ ୧୦୦ ଏକ ଜମି ଡିଲ୍ : କନକ ବର୍ଦ୍ଧନ

ନବୀନ ପଟନାୟକଙ୍କୁ ମିଳିଥିବା ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର କୁ ନେଇ ଘନେଇଛି ବିବାଦ । ଏହି ପୁରସ୍କାର ଦେଇଥିବା ଏମଆଇଟି- ପୁନେ ସଂସ୍ଥାକୁ ସରକାର ୧୦୦ ଏକର ଜମି ଭୁବନେଶ୍ବର ଉପକଣ୍ଟରେ ଦେଇଥିବା ଅଭିଯୋଗ ଆଣି ପ୍ରସଙ୍ଗକୁ ବିଧାନସଭାରେ ଉଠାଇଛି ବିଜେପି । ଯାହାକୁ ବିରୋଧ କରିଛି ବିଜେଡି । ବିଜେଡି କହିଛି ଏପ୍ରସଙ୍ଗକୁ ନେଇ କେବଳ ରାଜନୀତି କରୁଛି ବିଜେପି । …

ନବୀନ ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗକୁ ବିବାଦ ଘେ୍ରକୁ ଟାଣିଛି ବିଜେପି । ବିଧାନସଭା ଶୂନ୍ୟକାଳରେ ଏପ୍ରସଙ୍ଗ ଉଠାଇ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଅଭିଯୋଗ ଆଣିଛନ୍ତି କି ଏହି ପୁରସ୍କାର ପଛରେ ଏକ ବଡ କିକ୍ ବ୍ୟାକ୍ ହୋଇଛି । ଯେଉଂ ଏମଆଇଟି- ପୁନେ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧା ଯାଇଛି ସେହି ସଂସ୍ଥାକୁ ଭୁବନେଶ୍ବରରେ ୧୦୦ ଏକର ଜମି ଶାଗମାଛ ଦରରେ ଟେକି ଦେଇଛନ୍ତି ସରକାର । ବିଜେପିର ପ୍ରଶ୍ନ, ଭୁବନେଶ୍ବର ଉପକଣ୍ଠରେ ଯେଉଁ ଜମି ଦିଆଯାଉଛି ସେହି ୧୦୦ ଏକର ଜମିର ଦାମ୍ କେତେ । ଏବଂ ଏମଆଇଟି- ପୁନେ ସଂସ୍ଥା ଉକ୍ତ ଜମିକୁ କେତେ ଦରରେ କିଣୁଛି ସେନେଇ ଓଡିଶାବାସୀ ଜାଣିବା ଦରକାର । କଂଗ୍ରେସ ବି ଏପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ଦାବି କରିଛି ସରକାରଙ୍କ ଠାରୁ ।

ଏମଆଇଟି- ପୁନେ ସଂସ୍ଥା ଭୁବନେଶ୍ବରରେ ଏକ ଶିକ୍ଷାନୁଷ୍ଠାନ କରି ସାଂସଦ, ବିଧାୟକ ଓ ପଞ୍ଚାୟତ ସ୍ତରର ପ୍ରତିନିଧିଙ୍କୁ ଲିଡରସିପ୍ ଟ୍ରେନିଙ୍ଗ ଦେବ ବୋଲି କୁହାଯାଉଛି । ସେଥିପାଇଂ ସଂସ୍ଥାର ଏକ ପ୍ରତିନିଧି ଦଳ ଗତକାଲି ଓଡିଶା ଗସ୍ତରେ ଆସି ସରକାରଙ୍କ ସହ ଆଲୋଚନା କରିଛନ୍ତି । ଯେଉଁଥିରୁ ଦୁର୍ନିତିର କ୍ଷିଅ କାଢିଛନ୍ତି ବିରୋଧି । ସରକାରଙ୍କ ପକ୍ଷରୁ କୁହାଯାଇଛି ବିରୋଧିଙ୍କ ଅଭିଯୋଗର କୌଣସି ଭିତ୍ତି ନାହିଁ । ବରଂ ମୁଖ୍ୟମନ୍ତ୍ରୀ ପୁରସ୍କୃତ ହେବାରେ ସମସ୍ତେ ଖୁସି ହେବା ଦରକାର । କେବଳ ରାଜନୈତିକ ଉଦେଶ୍ୟ ପାଇଁ ବିରୋଧି ଏପ୍ରସଙ୍ଗ ଉଠାଇଛନ୍ତି ।

ଏମଆଇଟି- ପୁନେ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ମିଳିବା ପରେ ଏହାର ପ୍ରବଳ ପ୍ରଚାର ପ୍ରସାର କରିଥିଲା ବିଜେଡି । ପୋଷ୍ଟର ବ୍ୟାନରରେ ଛାଇଦେଇଥିଲା ଦଳ । ମୁଖ୍ୟମନ୍ତ୍ରୀ ପୁରସ୍କାର ନେଇ ଆସିବା ଦିନ ତ ଭୁବନେଶ୍ବରରେ ବିଶାଳ ଆୟୋଜନ ହୋଇଥିଲା । ସେତେବେଳେ ବିରୋଧି କହିଥିଲେ ନବୀନଙ୍କ ଆଗରୁ ବହୁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ପାଇସାରିଛନ୍ତି । ଏବେ ପୁଣି ଏମଆଇଟି- ପୁନେ ସଂସ୍ଥାସହ ଜମି ଦୁର୍ନିତି ପ୍ରସଙ୍ଗ ଉଠାଇଲେଣି ।

Click to comment

Leave a Reply

Your email address will not be published. Required fields are marked *

To Top