News

ଆନ୍ନା ହଜାରେ ପୁଣି ଓହ୍ଲାଇଲେ ରାମଲୀଳା ମୈଦାନକୁ

ଆରମ୍ଭ ହେଲା ଆନ୍ନା ହଜାରେଙ୍କ ଦ୍ବୀତୀୟ ବଡ ଆନ୍ଦୋଳନ । ୨୦୧୧ରେ ଦୁର୍ନୀତି ବିରୋଧି କ୍ରୁସେଡର ଭାବେ ଆନ୍ନା ଦେଶରେ ଯେଉଁ ଆନ୍ଦୋଳନ ଗଢିଥିଲେ ସେଥିରେ ପୁରା ସରକାର ଦୋହଲି ଯାଇଥିଲା । ସାଧାରଣ ଲୋକଙ୍କ ଅଦ୍ଭୁତ ସମର୍ଥନ ମିଳିଥିଲା। ହେଲେ ଉଚ୍ଚ ସ୍ତରରେ ହେଉଥିବା ଦୁର୍ନିତିକୁ ରୋକିବା ପାଇଁ ଲୋକପାଳ ଗଠନ ଦାବିରେ ଆନ୍ନା ଯେଉଁ ଆନ୍ଦୋଳନ କରିଥିଲେ ତାହା ପୂରଣ ନହେବାରୁ ପୁଣି ଥରେ ଆନ୍ଦୋଳନକୁ ତେଜିଛନ୍ତି ଆନ୍ନା । ଏଥର କୃଷକଙ୍କ ଦାବୀ ବି ଆନ୍ଦୋଳନର ଅନ୍ୟତମ ମୁଦ୍ଦା ରଖିଛନ୍ତି ଆନ୍ନାଙ୍କ ହୁଂକାର ଶୁଣି ଓଡ଼ିଶା ରାଜନୀତିରେ ବି ପ୍ରତିକ୍ରିୟା ପ୍ରକାଶ ପାଇଛି।

ଭିଓ୧) ପୁଣି ଦିଲ୍ଲୀ ରାମଲୀଳା ମୈଦାନକୁ ଓହ୍ଲାଇଲେ ଆନ୍ନା ହଜାରେ । ଲୋକପାଳ ନିଯୁକ୍ତି ଦାବି ସହ କୃଷକଙ୍କ ସମସ୍ୟା ସମାଧାନ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି । ୭ ବର୍ଷ ତଳେ ୨୦୧୧ରେ ଦେଶରୁ ଦୁର୍ନୀତି ହଟାଇବାକୁ ଆନ୍ନା ଓ ତାଙ୍କ ସମର୍ଥକ ଆନ୍ଦୋଳନ ଆରମ୍ଭ କରିଥିଲେ। ଲୋକପାଳ ନିଯୁକ୍ତି ସହ ରାଜ୍ୟ ସ୍ତରରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ଦାବି କରିଥିଲେ। ବଡ଼ ରାଜନୈତିକ ଅଦଳ ବଦଳ ହେଲା। ଆନ୍ନାଙ୍କ ସହଯୋଗୀ ଅରବିନ୍ଦ କେଜରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେଲେ, ମନମୋହନ ସିଂହ ସରକାରଙ୍କ ପତନ ବି ହେଲା। ଏକ ଝଡ଼ ସୃଷ୍ଟି କରି ମୋଦି ହେଲେ ପ୍ରଧାନମନ୍ତ୍ରୀ। କିନ୍ତୁ ନା ଦିଲ୍ଲୀରେ ଲୋକାୟୁକ୍ତ ନିଯୁକ୍ତ ହେଲା ନା ଏନଡିଏ ସରକାର ଆସିବାର ୪ ବର୍ଷ ଭିତରେ ଲୋକପାଳ ନିଯୁକ୍ତ ହେଲେ । ସେଥିପାଇଁ ପୁଣି ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଆନ୍ନା ହଜାରେ । ଏଥର କିନ୍ତୁ ଲୋକପାଳ ସହ କୃଷକଙ୍କ ସମସ୍ୟାକୁ ଯୋଡିଛନ୍ତି ଆନ୍ନା ।

ଆନ୍ନା ଆନ୍ଦୋଳନ ବେଳେ ଓଡିଶା ସରକାର ଅନୁପ୍ରାଣିତ ହୋଇ ଲୋକାୟୁକ୍ତ ଗଠନ କରିବାକୁ ଘୋଷଣା କରିଦେଇଥିଲେ । ବାହାବା ମାରିଥିଲେ ଓଡିଶା ସରକାର। କହିଥିଲେ ଲୋକାୟୁକ୍ତ ଗଠନ କରିବା ନିଷ୍ପତ୍ତି ନେବାରେ ପ୍ରଥମ ରାଜ୍ୟ ଓଡ଼ିଶା । ସମୟ ଗଡ଼ିଯାଇଛି କିନ୍ତୁ ଲୋକାୟୁକ୍ତ ଗଠନ ହେଲାନି । ଏବେ ପୁଣି ଆନ୍ନା ହଜାରେ ଆନ୍ଦୋଳନକୁ ଓହ୍ଲାଇବା ପରେ ବିରୋଧିଙ୍କୁ ମୌକା ମିଳିଛି । ବିରୋଧି ପ୍ରଶ୍ନ କରିଛନ୍ତି ଆଉ କେତେ ଦୁର୍ନିତି ସାମ୍ନାକୁ ଆସିଲେ ଓଡିଶାରେ ଲୋକାୟୁକ୍ତ ଗଠନ କରିବେ ସରକାର ।

ଆନ୍ନା ଆଜି ରାଜଘାଟରେ ମହାତ୍ମାଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ରାମଲୀଳା ମୈଦାନରେ ଅନଶନ ଆରମ୍ଭ କରିଛନ୍ତି । ଯେହେତୁ ଆଜି ଭଗତ ସିଂ, ଶୁକ ଦେବ ଓ ରାଜଗୁରୁଙ୍କ ଫାଶି ଦିବସ ସେଥିପାଇଁ ଦୁର୍ନୀତି ବିରୋଧରେ ଏକ ବଡ ଆନ୍ଦୋଳନ ଆଜିର ଦିନରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ନା ହଜାରେ ।

Click to comment

Leave a Reply

Your email address will not be published. Required fields are marked *

To Top