News

ଓଡିଶା ପିସିସିର ହେବ ପରିବର୍ତ୍ତନ, ହେଲେ ରହିବେ ନିରଞ୍ଜନ

ଆଜି ଦିଲିରେ  ନିରଞ୍ଜନ  ପଟ୍ଟନାୟକ ଓ ଜିତେନ୍ଦ୍ର ସିଂହଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଲୋଚନା ପରେ ଜିତେନ୍ଦ୍ର ସିଂହଙ୍କ ପ୍ରତିକ୍ରିୟା ମିଳିଛି । ସେ କହିଛନ୍ତି କଂଗ୍ରେସର ଆମୁଳଚୁଳ ପରିବର୍ତ୍ତନ କରାଯିବ । ପରାଜୟର ସମୀକ୍ଷା କରିବାକୁ ବରିଷ୍ଠ ନେତାଙ୍କ ଦ୍ବାରା ଗଠିତ କମିଟି ରିପୋର୍ଟ ଦେବା ପରେ ହିଁ ପରିବର୍ତ୍ତନ ସମ୍ଭବ ହେବ । କିନ୍ତୁ ପିସିସି ସଭାପତିଙ୍କ ଇସ୍ତଫା ଗ୍ରହଣ କରାଯାଇନାହିଁ କି କରାଯିବାର ନାହିଁ । ଆମେ ଚାହୁଁଛୁ ସେ ସଭାପତି ଭାବେ କାମ କରନ୍ତୁ ।କିନ୍ତୁ ଆବଶ୍ୟକ ପଡିଲେ ପିସିସି ସଭାପତିଙ୍କର ମଧ୍ୟ ପରିବର୍ତ୍ତନ କରାଯିବ । ୨୦ ତାରିଖ ପରେ ଓଡିଶା ଗସ୍ତରେ ଆସିବେ ଜିତେନ୍ଦ୍ର ସିଂହ । ପ୍ରତି ମାସରେ ଓଡିଶାର ପ୍ରତି ଜିଲ୍ଲାକୁ ଯାଇ ସଙ୍ଗଠନ ମଜବୁତ କରିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

To Top