Business

ଓଡିଶା ବଜେଟ : ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ଶଶିଭୁଷଣ ବେହେରା

ରାଜ୍ୟ ଖର୍ଚ୍ଚର ଅଟକଳ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା । ପ୍ରଥମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା। ରାଜସ୍ବ ପ୍ରାପ୍ତିରୁ ୧ ଲକ୍ଷ ୨୦୦ କୋଟି ଏବଂ ଋଣ ଓ ଅନ୍ୟାନ୍ୟ କ୍ଷେତ୍ରରୁ ୧୯ ହଜାର ୬୭୮ କୋଟି ଭରଣା କରିବାକୁ ଆକଳନ କରିଛନ୍ତି ସରକାର । ତେବେ ଫୋକସରେ ଅଛି ଅନୁସୂଚିତ ଜାତି ଓ ଜନଜାତି ଙ୍କ ବିକାଶ କାର୍ଯ୍ୟକ୍ରମ । ଏହାପଛକୁ ଅଛି ଶିକ୍ଷା ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପାଇଁ ୨୨ ହଜାର ୬୮୪ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି ସରକାର । ଏହା ପଛକୁ ଶିକ୍ଷା ବିଭାଗ । ଉଚ୍ଚ ଶିକ୍ଷା ଓ ଗଣ ଶିକ୍ଷା ବିଭାଗ ପାଇଁ ଖର୍ଚ୍ଚହେବ ୧୯ ହଜାର ୬୭୮ କୋଟି ଟଙ୍କା । ତୃତୀୟରେ ଅଛି କୃଷି । ଏଥିପାଇଁ ସରକାର ୨୦୧୮-୧୯ ବର୍ଷରେ ଖର୍ଚ୍ଚ କରିବେ ୧୬ ହଜାର ୭୬୫ କୋଟି ଟଙ୍କା ।

ତେବେ ସ୍ବାସ୍ଥ୍ୟ ବିଭାଗର ଖର୍ଚ୍ଚ ଅଟକଳ ହୋଇଛି ୬ ହଜାର ୧୬୦ କୋଟି । ପିଇବା ପାଣିପାଇଁ ଗ୍ରାମାଞ୍ଚଳରେ ୧ ହଜାର କୋଟି ଓ ସହରାଞ୍ଚଳରେ ୩୫୦ କୋଟି ଟଙ୍କା ଅଟକଳ କରାଯାଇଛି । ସ୍ବଛ ଭାରତ ମିଶନରେ ଗ୍ରାମାଞ୍ଚଳରେ ୫୦ ପ୍ରତିଶତ ପାଇଖାନା ହୋଇଛି । ଅର୍ଥାତ ସରକାର ଏଥିରେ ଟିକେ ପଛେଇ ଯାଇଛନ୍ତି । ସେଥିପାଇଁ ଗ୍ରାମାଞ୍ଚଳ ପାଇଖାନା ପାଇଁ ୧ ହଜାର କୋଟି ଖର୍ଚ୍ଚ ହେବ ସ୍ବଛଭାରତ ଯୋଜନାରେ । ସେହିଭଳି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କାଘର ପାଇଁ ୩ ହଜାର ୫୯୨ କୋଟି ବ୍ୟବସ୍ଥା ହୋଇଛି ବଜେଟରେ । ମହିଳା ଓ ଶିଶୁ ବିକାଶର ବଜେଟ ଅଟକଳ ରହିଛି ୩ହଜାର ୪୪୭ କୋଟି ଟଙ୍କା । ବଜେଟ ଗ୍ରାମାଞ୍ଚଳର ଲୋକଙ୍କ ଆଶା ପୂରଣ କରିବାରେ ସହାୟକ ହେବ ବୋଲି ବଜେଟ ଉପସ୍ଥାପନ ପରେ ଅର୍ଥମନ୍ତ୍ରୀ କହିଛନ୍ତି।

ତେବେ ୧ ଲକ୍ଷ ୨୦ ହଜାର ୨୮ କୋଟିର ବଜେଟ ଅଟକଳରୁ କେନ୍ଦ୍ରଠାରୁ ରାଜ୍ୟର ଅଂଶ ବାବଦକୁ ୩୬ ହଜାର ୫୮୬ କୋଟି ଓ କେନ୍ଦ୍ର ଅନୁଦାନ ବାବଦକୁ ମିଳବ ୨୪ ହଜାର ୭୬୪ କୋଟି ଟଙ୍କା । ବାକି ରାଜ୍ୟର ନିଜସ୍ବ ଟିକସ ୨୮ ହଜାର ୫୫୦ କୋଟି ଏବଂ ରାଜ୍ୟର ଅଣ ଟିକସ ରାଜସ୍ବ ୧୦ ହଜାର ୩୦୦ କୋଟି ହେବ ବୋଲି ଅଟକଳ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

To Top