News

ଫାର୍ଷ୍ଟ ଟାଇମ୍ ବିଧାୟକମାନଙ୍କୁ ନବୀନଙ୍କ ଟିପ୍ସ

ସରଳ ହୁଅ ନମ୍ର ହୁଅ । ଦଳୀୟ ରାଜନୀତିରୁ ଉର୍ଦ୍ଧରେ ରହି ଲୋକଙ୍କ ସେବା କର । ନବନିର୍ବାଚିତ ବିଧାୟକମାନଙ୍କୁ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ନୂଆକରି ଯେଉଁମାନେ ବିଧାୟକ ହୋଇଛନ୍ତି ସେମାନେ ସାମାଜିକ ଜୀବନରେ କିଭଳି ବ୍ୟବହାର ପ୍ରଦର୍ଶନ କରିବା ଉଚିତ ସେମାନଙ୍କୁ ନବୀନ ନିବାସ ଡାକି ଆଜି ନବୀନ ପାଠ ପଢାଇଛନ୍ତି । ଏହା କହିବାବେଳେ ନିଜର ଉଦାହରଣ ବିଧାୟକ ମାନଙ୍କ ସାମ୍ନାରେ ରଖିଛନ୍ତି । ଥରେ ନିର୍ବାଚିତ ହେବାପରେ ଦଳୀୟ ରାଜନୀତିରୁ ଉଠି ସମସ୍ତଙ୍କ ପାଇଁ କିଭଳି କାମ କରିବେ ସେଥିରେ ଧ୍ୟାନ ଦେବାକୁ ନବୀନ ଫାର୍ଷ୍ଟ ଟାଇମ୍ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି ।  କହିଛନ୍ତି ଅହଂକାର ଓ ବିଳାସପୂର୍ଣ ଜୀବନ ସାଧାରଣ ଲୋକ ଓ ଲୋକପ୍ରନିଧିଙ୍କ ଭିତରେ ଦୂରତା ବଢାଏ । ତେଣୁ ବିଜେଡି ଉପରେ ଲୋକଙ୍କ ଯେଉଁ ଆସ୍ଥା ଓ ବିଶ୍ବାସ ଅଛି ତାକୁ ଅତୁଟ ରଖିବାକୁ ପରିଶ୍ରମ କରନ୍ତୁ ।

ବିଧାୟକ ମାନଙ୍କୁ ଏଭଳି ପରାମର୍ଶ ଦେବାବେଳେ ନବୀନ ଦୁର୍ନିତି ପ୍ରସଙ୍ଗ ଉଠାଇଛନ୍ତି । ଦୁର୍ନିତିଠାରୁ ଦୂରରେ ରହିଲେ ହିଁ ନିର୍ବାଚନ ଜିତିବା ସହଜ ହୁଏ ଏବଂ ଲୋକେ ବାରମ୍ବାର ନିର୍ବାଚିତ କରନ୍ତି । ଏହା ତାଙ୍କର ବ୍ୟକ୍ତିଗତ ଅନୁଭୂତି ବୋଲି ନବୀନ କହିଛନ୍ତି । ଏହାସହିତ ନିର୍ବାଚନ ମଣ୍ଡଳୀରେ ଦଳର ସଂଗଠନକୁ ମଜବୁତ କରିବା ସହ ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶୃତି ପୂରଣ ପାଇଁ  ସରକାରୀ କାର୍ଯ୍ୟକ୍ରମ କିଭଳି ହିତାଧିକାରୀଙ୍କ ପାଖରେ ପହଁଚେ ତାକୁ ଧ୍ୟାନ ଦେବାକୁ ନବୀନ ନବ ନିର୍ବାଚିତ ବିଧାୟକଙ୍କୁ କହିଛନ୍ତି । କିଛି ବରିଷ୍ଠ ବିଧାୟକ ଓ ମନ୍ତ୍ରୀ ବି ନବନିର୍ବାଚିତ ଫାର୍ଷ୍ଟ ଟାଇମ୍  ବିଧାୟକଙ୍କୁ ରାଜନୀତି ପାଠ ପଢାଇଛନ୍ତି । ବିଭାଗୀୟ ମନ୍ତ୍ରୀଙ୍କ ସହ କଥା ହୋଇ ନିଜ ନିର୍ବାଚନ ମଣ୍ଡଳୀର କାମ କିଭଳି ତ୍ବରାନ୍ବିତ କରିହେବ ସେନେଇ କିଛି ଟିପ୍ସ ଦେଇଥିଲେ ବରିଷ୍ଠ ନେତାମାନେ ।

ନବ ନିର୍ବାଚିତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବାପରେ ନବୀନ ପାଟକୁରା ଉପନିର୍ବାଚନ ଉପରେ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ । କିଏ କେଉଁ ବ୍ଲକ ଓ ପଞ୍ଚାୟତ ଦାଇତ୍ବରେ ରହିବେ ଏବଂ ପାଟକୁରା ଦଖଲ ପାଇଁ କିଭଳି ରଣନୀତି ପ୍ରସ୍ତୁତ ହେବ ତାଉପରେ ଆଲୋଚନା କରିଥିଲେ ନବୀନ ।

Click to comment

Leave a Reply

Your email address will not be published. Required fields are marked *

To Top