News

ଫେଲ ମାରିଲା ସାତକୋଶିଆ ବାଘ ସଂରକ୍ଷଣ ପ୍ରକଳ୍ପ, ପ୍ରକଳ୍ପ ସ୍ଥଗିତ କଲା ଏନଟିସିଏ

ବାଃ ବାଃ ନେବାକୁ ବସିଥିଲେ ରାଜ୍ୟ ସରକାର । ହେଲେ ମୁଂଡ଼ାଇଲେ ବିବାଦ ଓ ଦୁର୍ନାମ । ବାଘ ବଂଶ ବୃଦ୍ଦି କରିବେ କଣ ଓଲଟା ବଂଶ ବୁଡ଼ାଇଦେଲେ । ମହାବଳ ବାଘ ମହାବୀରର ମୃତ୍ୟୁ ସୂଚାଇ ଦେଇଛି ଓଡ଼ିଶା ସରକାର ବାଘ ପାଳିବା ପାଇଁ ବିଲକୁଲ ବି ଫିଟ୍ ନୁହଁନ୍ତି । ଅନ୍ୟ ରାଜ୍ୟରୁ ବାଘ ଆଣି ଜାତୀୟ ସ୍ତରରେ ନାଁ କମାଇବା ଲାଗି ଆଶା ବାନ୍ଧିଥିବା ସରକାରଙ୍କ ସବୁ ଆଶା ଧୂଳିଶାତ୍ ହେ।ଇଯାଇଯାଇଛି ଏବେ । ଫସର ଫାଟିଯାଇଛି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଯେ।ଜନା । ଆଉ ଯେଉଁ ଏନଟିସିଏ ବାଘ ଛାଡ଼ିବା ଲାଗି ରାଜି ହେ।ଇଥିଲା ଆଜି ସ୍ପଷ୍ଟ କହିଦେଇଛି ବାଘ ପାଳିବା ପାଇଁ ଓଡ଼ିଶା ଅନଫିଟ୍ ବେ।ଲି ।  ଏହି ପ୍ରକଳ୍ପକୁ ଏବେ ଅନିର୍ଦିଷ୍ଟ କାଳ ପାଇଂ ସ୍ଥଗିତ ରଖିଦେଇଛି ଏନଟିସିଏ ।।….

ଫେଲ ମାରିଲା ବାଘ ସଂରକ୍ଷଣ ପ୍ରକଳ୍ପ । କାହ୍ନା ଅଭୟାରଣ୍ୟରୁ ଆସିଥିବା ମହାବଳ ବାଘ ମହାବୀର ମୃତ୍ୟୁ ସୂଚାଇ ଦେଲା ଯେ ରାଜ୍ୟ ସରକାର ବାଘ ପାଳିବା କିମ୍ବା ବଂଶ ବୃଦ୍ଦି କରିବା ଦିଗରେ ପୂରା ଅନାଡ଼ି । ଅନ୍ୟ ରାଜ୍ୟରୁ ବାଘ ଆଣି ଏଠି ବଂଶବୃଦ୍ଧି ଓ ସଂରକ୍ଷଣ କରିବାରେ ଓଡିଶା ପ୍ରଥମ ରାଜ୍ୟ ବୋଲି ବାସ୍ ବାହାବା ନେଇଥିଲେ ଓଡିଶା ସରକାର । କିନ୍ତୁ ସେହି ବାହାବା ଏବେ ପାଣି ଫୋଟକା ଭଳି ମିଳାଇ ଯାଇଛି । ପ୍ରଶ୍ନ ଉଠୁଛି  ଯଦି ଆନ୍ତରିକତା ନଥିଲା  ତାହେଲେ ବାଘ ଆଣି ଜଙ୍ଗଲରେ ଛାଡ଼ୁଥିଲେ କାହିଁକି ? ଆଉ ଯଦି ଛାଡ଼ିଲେ ତାର ସୁରକ୍ଷା ଓ ଦାୟିତ୍ବ ଠିକ୍ ଭାବେ ତୁଲାଇଲେ ନାହିଁ କାହିଁକି । ଯାହା ବାଘ ଛାଡ଼ିବା ପୂର୍ବରୁ ନେବାର ଥିଲା । ଖାଲି କେ।ଟି କେ।ଟି ଟଙ୍କା ଗଣିଚାଲିଲେ ବାଘ ପଛରେ କିନ୍ତୁ ବାଘ ବଞ୍ଚାଇ ପାରିଲେ ନାହିଁ । ମହାବୀର ମୃତ୍ୟୁ ରାଜ୍ୟ ସରକାରଙ୍କ ମୁଖା ଖେ।ଲିଦେଇଛି ।  ପରିଣାମ ହେଲା ଏନଟିସିଏ ରାଜ୍ୟ ସରକାରଙ୍କ ଅପାରଗତାକୁ ଆଖି ଆଗରେ ରଖି ବ୍ୟାଘ୍ର ମିଶନକୁ ସ୍ଥଗିତ କରିଦେଇଛି । ପିସିସିଏଫ ନିଜେ ମାନିଛନ୍ତି ଏନଟିସିଏ ଦେଇଥିବା ଗାଇଡ଼ଲାଇନ୍ସ ପାଳନ କରିବା ଦିଗରେ କିଛି ଭୁଲ ତ୍ରୁଟି ରହିଗଲା । ସେଥିପାଇଁ ମହାବଳ ବାଘ ମଲା । କିନ୍ତୁ ପେ।ଷ୍ଟମେ।ର୍ଟମ ରିପେ।ର୍ଟ ଉପରେ ଜଣାପଡ଼ିବ ବାଘ ସଙ୍କ୍ରମିତ ହେ।ଇ ମରିଛି ନା ତାକୁ ମାରିଦିଆଯାଇଛି । କିନ୍ତୁ ଏକଥା ତ ସତ ଯେ ମହାବଳ ବଞ୍ଚାଇ ପାରିଲେନି ସରକାର ।

ସାତକୋସିଆ ଜଙ୍ଗଲର ରାଜା ମହାବୀର ବେକ ମୂଳରେ ୫ ଦିନ ଧରି କ୍ଷତ ଚିହ୍ଲ ସୃଷ୍ଟି ହୋଇଥିଲା । ତାହା ଫାସ ଯୋଗେ ହୋଇଥିଲା ନା କାହା ଆକ୍ରମଣରେ ତାହା କିନ୍ତୁ ସ୍ପଷ୍ଟ ହୋଇନି । ଜଙ୍ଗଲରେ ବୁଲୁଥିବା ବେଳେ ଶେଷରେ  ଗତକାଲି ଦିନ ଗେ।ଟାଏ ପାଖାପାଖି ସେ ମୃତ୍ୟୁ ବରଣ କରିଥିବା କହିଛନ୍ତି ପିସିସିଏଫ୍ । ବେକ ଘା ମୁଂଡ଼କୁ ମାଡିଯାଇଥିଲା । ମୃତ୍ୟୁ ବେଳକୁ ପେ।କ ଖାଇଯାଇଥିଲେ ମୁଂଡ଼କୁ । ଏନଟିସିଏର ଡ଼ାକ୍ତର ସୁଜିତ୍ ଙ୍କ ତତ୍ବାବଧାନରେ  ପୋଷ୍ଟମର୍ଟମ  ଚାଲିଛି ।  ଏହାସହ ଦୁଇଜଣ ଭେଟେନାରୀ ଡ଼ାକ୍ତର, ଦୁଇ ଜଣ ଡ଼ିଏଫଓ ମଧ୍ୟ ରହିଛନ୍ତି । । ସେପଟେ ଓାଇଲଡ ଲାଇଫ ଇନଷ୍ଟିଚୁଟ ଅଫ୍ ଇଣ୍ଡିଆର ଏକ ଟିମ୍  ଆସନ୍ତାକାଲି ସାତକୋଷିଆରେ ପହଂଚି ଘଟଣାର ତଦନ୍ତ କରିବ । ସେପଟେ ସରକାରଙ୍କ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ବହୁ ଆଡମ୍ବରରେ ଲଘୁ କ୍ରିୟା ହେବା ପରେ ବର୍ଷିଛନ୍ତି ବିରୋଧି ।

ରାଜ୍ୟ ସରକାର ଓ ଏନଟିସିଏ ମଧ୍ୟରେ ୬୦ ଏବଂ ୪୦ ଅନୁପାତରେ ଏମଓୟୁ ହେ।ଇଛି । ବ୍ୟାଘ୍ର ପ୍ରେ।ଜେକ୍ଟ ପାଇଁ ୧୮ କେ।ଟି ଟଙ୍କା ଖର୍ଚ୍ଚ ହେବ ବୋଲି ସ୍ଥିର କରାଯାଇଥିଲା । ବାଘ ମହାବୀରର ବେକରେ ଲାଗିଥିବା ରେଡିଓ କୋଲାର ମାଧ୍ୟମରେ ଗତକାଲି ଦିନ ୧୦ ଟା ପାଖାପାଖି ଜିପିଏସର ସିଗନାଲ ଆସୁଥିଲା । ତାପରେ ସିଗନାଲ ବନ୍ଦ ହେବାରୁ ପାଖକୁ ଯାଇଥିଲା ଟିମ୍ । ସେତେବେଳକୁ ରାଜ୍ୟ ସରକାରଙ୍କ ବ୍ୟାଘ୍ର ଯେ।ଜନାରେ ପୂର୍ଣଛେଦ ପଡ଼ିସାରିଥିଲା । ସେପଟେ ସୁନ୍ଦୀକୁ ଦିଆଯାଇଥିବା ଟ୍ରାଙ୍କୁଲାଇଜର ମଧ୍ୟ ଠିକ୍ ସ୍ଥାନରେ ବାଜିନଥିବା ନେଇ ଆଲୋଚନା ହେଲାଣଇ । ଏବେ ସୁନ୍ଦରି ବି ଅସୁଶ୍ଥ ଥିବା କୁହାଯାଉଛି ।…

Click to comment

Leave a Reply

Your email address will not be published. Required fields are marked *

To Top