News

ବଜେଟ ୨୦୧୯ : ବଢିଲା ସୁନା ଓ ଡିଜେଲ- ପେଟ୍ରୋଲ ଦର

ଗାଡ଼ି ଚାଳକ ସାବଧାନ । ଏଣିକି ବାଜିବ ମହଙ୍ଗା ମାଡ଼ । ତେଲ ଦର ବଢ଼ିବ । ଆଜିର ବଜେଟରେ ତେଲ ଉପରେ ଏକ ଟଙ୍କା ଏକ୍ସାଇଜ୍ ଡ୍ୟୁଡି ଏବଂ ରୋଡ୍ ଓ ଟ୍ରାନ୍ସପୋର୍ଟ ସେସ୍ ଏକ ଟଙ୍କା ଲେଖାଏଁ ବଢ଼ାଯାଇଛି । ତେବେ ଏହାର ତତକ୍ଷଣାତ ପ୍ରଭାବ ଭାବେ ପେଟ୍ରୋଲ ଅଢେଇ ଟଙ୍କା ଓ ଡିଜେଲରେ ଲିଟର ପିଛା  ୨ ଟଙ୍କା ୩୦ ପଇସା ବୃଦ୍ଧି ପାଇଛି । ମୋଦି ସରକାରର ଗତ କାର୍ଯ୍ୟକାଳ ସମୟରେ ପେଟ୍ରୋଲ ଓ ଡିଜେଲରୁ ବେଶ ଭଲ ଇନକମ୍ କରିଥିବାରୁ ସେକେଣ୍ଡ ଟର୍ମର ପ୍ରଥମ ବର୍ଷରେ ସମାନ ଚକ୍କରରେ ଅଛନ୍ତି । ତେବେ ଗ୍ରାହକଙ୍କୁ କିନ୍ତୁ ଏହା ବେଶ ଖଟକିଛି ।

ପଟ୍ରୋଲ ଡିଜେଲରେ ପରେ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଆଜିର ବଜେଟ ପରେ ମହଙ୍ଗା ହୋଇଛି । ଯାହା ମଧ୍ୟରେ ରହିଛି ସୁନା, ରୁପା, ପିଭିସି ପାଇପ, ବିଦେଶୀ ବହି, ଅଟୋ ପାର୍ଟସ୍, ଟାଇଲ୍ସ ପରି ଜିନିଷ । ସେହିପରି କାଜୁ, ବ୍ୟାଙ୍କିଙ୍ଗ୍ ସେବା, ଲାଉଡ ସ୍ପିକର ଓ ସିସିଟିଭି ମଧ୍ୟ ମହଙ୍ଗା ହୋଇଛି । ତେବେ ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର କିଣୁଥିଲେ ଆପଣଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିବ । ଘର କିଣିଲେ ଆଗରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ଛାଡ଼ ହେଉଥିବା ବେଳେ ଏବେ ଏହାକୁ ସାଢେ ୩ ଲକ୍ଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ସେହିପରି ଇଲେକ୍ଟ୍ରିକ୍ କାର୍ କିଣୁଥିଲେ ଋଣ ସୁଝିବା ସମୟରେ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଛାଡ଼ ମିଳିବ । ଏହାଛଡ଼ା ମୋବାଇଲ ଚାର୍ଜର, ବୀମା, ଚମଡ଼ା ସାମଗ୍ରୀ, ପ୍ରତିରକ୍ଷା ଉପକରଣ ଓ ସେଟଅପ୍ ବକ୍ସ ମଧ୍ୟ ବଜେଟରେ ଶସ୍ତା ହୋଇଛି ।

ମଧ୍ୟମବର୍ଗଙ୍କ ଉପରେ ସବୁବେଳେ ବଜେଟ୍ ମାଡ଼ ପଡ଼ିଥାଏ । ଏଥର ମଧ୍ୟ ନ୍ୟୁ ବଟଲ ଓଲଡ ଲାଇନ ପରି ସରକାର ମଧ୍ୟମବର୍ଗଙ୍କ ଉପରେ ହାଲୁକା ମାଡ଼ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

To Top