News

ବଡ ଗାଡି, ସୁନାଚେନ୍ ଓ ଅର୍ଥ ଲାଳସା ନରଖିବାକୁ ବିଜେଡି ବିଧାୟକଙ୍କୁ ପରାମର୍ଶ

ବଡ ଗାଡି ଦରକାର ନାହିଁ କି ସୁନା ଚେନ୍ ଦରକାର ନାହିଁ । ଏକଥା ନିଜଆଡୁ କହୁ ନାହାଁନ୍ତି ନବ ନିର୍ବାଚିତ ଫାର୍ଷ୍ଟ ଟାଇମ୍ ବିଜେଡି ଏମଏଲଏ । କିନ୍ତୁ ଦଳର କିଛି ବରିଷ୍ଠ ନେତା ଓ ମନ୍ତ୍ରୀ ପ୍ରଥମ କରି ବିଧାନସଭାରେ ପାଦ ଦେଇଥିବା ବିଧାୟକ ମାନଙ୍କୁ ଏଭଳି ନୀତି ଓ ଆଦର୍ଶ ଆପଣାଇବାକୁ ପରାମର୍ଶ ଦେଇଛନ୍ତି । ତାହାପୁଣି ନବୀନ ନିବାସରେ । ଯଦିବା ନିଜେ ନବୀନ ସିଧାସଳଖ ଏକଥା କହିନାହାଁନ୍ତି , କିନ୍ତୁ ବରିଷ୍ଠ ନେତାଙ୍କ ମାଧ୍ୟମରେ ନୂଆ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ବଡଗାଡି, ସୁନା ଚେନ୍ ଏବଂ ଅର୍ଥ ଲାଳସା ନରଖିବାକୁ । ଏହାହେଲେ ଲୋକପ୍ରତିନିଧିଙ୍କ ମଧ୍ୟରେ ଦୁର୍ନିତି ବସା ବାନ୍ଧିବ ଏବଂ ସେମାନେ ଭୋଗ ବିଳାସରେ ଜୀବନ ବିତାଇବାକୁ ଚେଷ୍ଟା କରିବେ । ତେଣୁ ଏଭଳି ନକରିବାକୁ ନୂଆ ବିଧଆୟକଙ୍କୁ ଆଦର୍ଶର ପାଠ ପଢାଇଥିଲେ କିଛି ବରିଷ୍ଠ ନେତା ।

କେଉଁ ବରିଷ୍ଠ ନେତା ଓ ମନ୍ତ୍ରୀ ଏଭଳି ଆଦର୍ଶର ପାଠ ପଢାଇଲେ ବୋଲି ଗଣ ମାଧ୍ୟମର ପ୍ରଶ୍ନରେ କାହା ନାଁ ଖୁଲାସା କରିବାକୁ ବିଧାୟକ ମାନେ ଉଚିତ ମଣିନାହାଁନ୍ତି । କିନ୍ତୁ ସିମ୍ପଲ ଲିଭିଙ୍ଗ ପାଇଁ ଏହା ଏକ ମନ୍ତ୍ର ଥିଲା ବୋଲି ବିଧାୟକମାନେ ବୁଝି ନେଇଥିଲେ । ଅବଶ୍ୟ ନବୀନ ନିବାସ ବାହାରର ଚିତ୍ର ପୁରାପୁରି ଭିନ୍ନ ଥିଲା । କନିଷ୍ଠଙ୍କ ଠାରୁ ବରିଷ୍ଠ ଦଳର ପ୍ରାୟ ସବୁ ବିଧାୟକ ବଡବଡ ଗାଡି ଚଢି ହିଁ ନବୀନ ନିବାସ ଯାଇଥିଲେ । ଯାହା ଏବେକା ରାଜନୀତିର ଏକ ଟ୍ରେଣ୍ଟ ବି ପାଲଟିଛି । ଥରେ ନିର୍ବାଚନ ଜିତିବା ପରେ ଆଗରେ ପଛରେ ଡଜନେ ଲୋକ ଧରି ବଡଗାଡି ଚଢି ବିଧାନସଭାରୁ ସଚିବାଳୟ ହେଉ କି ନିର୍ବାଚନ ମଣ୍ଡଳି ଥାଟବାଟରେ ଯିବା ସାଧାରଣ କଥା ହେଲାଣି । ସବୁଦଳରେ ଏଭଳି ଚିତ୍ର ବି ଦେଖିବାକୁ ମିଳୁଛି । ତେଣୁ ନବନିର୍ବାଚିତ ବିଧାୟକଙ୍କୁ ଏଭଳି ମୋହମାୟାରେ ନପଡିବାକୁ ବିଜେଡିର କିଛି ବରିଷ୍ଠ ନେତାଏ ପରାମର୍ଶ ଦେଇଛନ୍ତି ।

ନୂଆ ବିଧାୟକ ମାନଙ୍କୁ ଏଭଳି ପରାମର୍ଶ ମିଳିବା ପରେ ଅନ୍ତତଃ ସମସ୍ତେ ଆଶା କରିବେ କି ସେମାନେ ଗାଡି, ସୁନା ଓ ଅର୍ଥ ମୋହରୁ ନିଜକୁ ଦୂରେଇ ରଖିବେ । ଯାହା ଆଗାମୀ ପିଢି ପାଇଁ ଉଦାହରଣ ସୃଷ୍ଟିକରିବ । ତେବେ ଦେଖିବାକୁ ହେବ କେତେ କନିଷ୍ଠ ବିଧାୟକ ବରିଷ୍ଠଙ୍କ ଏଭଳି ପରାମର୍ଶକୁ ଗୁରୁତ୍ବ ଦେଉଛନ୍ତି । ଆଉ ବରିଷ୍ଠ ମାନେ ନିଜ ଜୀବନରେ କିଭଳି ଏହାକୁ ଗ୍ରହଣ କରି କନିଷ୍ଠଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

To Top