Film & Entertainment

ବାହାହେବେ ପ୍ରିୟଙ୍କା ଚୋପ୍ରା

ବଲିଉଡ୍ ବିଉଟି ପ୍ରିୟଙ୍କା ଚୋପ୍ରା ଏବେ ଅଫ୍ ଟାଇମ-ରେ ନିକ୍  ଙ୍କ ସହ। ମାନେ, ତାଙ୍କ ଜୀବନରେ ଖୁବ୍ ଶୀଘ୍ର ଘଟିବାକୁ ଯାଉଛି ସେହି ପ୍ରତୀକ୍ଷିତ ଘଟଣା । ନିର୍ମାଣାଧୀନ ଫିଲ୍ମ ଭାରତର ନିର୍ଦ୍ଦେଶକ ଅଲ୍ଲୀ ଆବ୍ବାସ୍ ଜାଫରଙ୍କ ଏଭଳି ଏକ ଟ୍ୱିଟ୍ ଆଜି ସକାଳୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଯାହା ଅନୁମାନ କରାଯାଉଥିଲା, ଯାହା ଚର୍ଚ୍ଚା ହେଉଥିଲା … ତାହା ସତ ହେବାକୁ ଯାଉଛି । ମାନେ ଆମେରିକୀୟ ପପ୍ ସିଙ୍ଗର୍ ନିକ୍ ଜୋନ୍ସଙ୍କୁ ବାହା ହେବେ ପ୍ରିୟଙ୍କା ଚୋପ୍ରା । ଭାରତ ଫିଲ୍ମରୁ ହଠାତ୍ ପ୍ରିୟଙ୍କା ଚୋପ୍ରାଙ୍କ ଏକଜିଟକୁ ନେଇ ଏଭଳି ଟ୍ୱିଟ୍ କରିଛନ୍ତି ନିର୍ଦ୍ଦେଶକ ଅଲ୍ଲୀ ଆବାସ୍ ଜାଫର୍ ।

ଦୁଇ ମାସ ଧରି ଉଭୟଙ୍କର ଚାଲିଥିଲା ଡେଟିଂ । କିଛି ଦିନ ତଳେ ପ୍ରିୟଙ୍କାଙ୍କ ସହ ମୁମ୍ବାଇ ଆସିଥିଲେ ନିକ୍ । ଖାସ୍ କରି ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରାଙ୍କ ସହ ମିଶିବାକୁ ଆସିଥିଲେ ନିକ୍ । ବେଶ୍ ହସଖୁସିରେ ପ୍ରିୟଙ୍କାଙ୍କ ପରିବାର ଲୋକଙ୍କ ସହ ଡାଇନିଂ କରିଥିଲେ । ଆଉ ଏବେ, ଗତ ୧୮ ତାରିଖରେ ଅର୍ଥାତ୍ ପ୍ରିୟଙ୍କାଙ୍କ ୩୬ତମ ଜନ୍ମଦିନରେ ଲଣ୍ଡନରେ ଉଭୟଙ୍କର ହୋଇଛି ଏନଗେଜମେଣ୍ଟ୍ । ଆମେରିକାର ବିଭିନ୍ନ ମିଡିଆ ପକ୍ଷରୁ ଉଉୟଙ୍କ ଏନଗେଜମେଣ୍ଟ ନେଇ ଖବର ପ୍ରକାଶ ପାଇଥିବା ବେଳେ ପ୍ରିୟଙ୍କା କିମ୍ବା ନିକ୍‌ଙ୍କ ଅଫିସ୍ ତରଫରୁ କିଛି ସ୍ପଷ୍ଟ କରାଯାଇ ନାହିଁ । ଯେତେଦୂର ଆଶା, ଆସନ୍ତା ଅକ୍ଟୋବରରେ ପ୍ରିୟଙ୍କା ଏବଂ ନିକ୍ ବିବାହ ବନ୍ଧନରେ ଆବଦ୍ଧ ହେବେ ।

Click to comment

Leave a Reply

Your email address will not be published. Required fields are marked *

To Top