News

ବିଜେପିର ମିଶନ ଓଡିଶା : ପୁଣି ମାସେ ପରେ ଓଡିଶା ଆସିବେ ମୋଦି ତା ପରେ ପରେ ସାହା

ବିଜେପିର ମିଶନ ଓଡିଶା  ଫୋକସ କୁ  ନେଇ ମୋଦିଶାହା ଯୋଡିଙ୍କ ରଣନିତୀ  ପ୍ରସ୍ତୁତ। ମାତ୍ର ଦିନ କେଇଟା ତଳେ କଟକ ମହାନଦୀ ପଠାରୁ  କୋଷ୍ଟାଲ  ଓଡିଶାକୁ    ହାତେଇବାକୁ  ମୋଦି ମନ୍ତ୍ଣ ଫୁଙ୍କି ଯାଇଥିବାବେଳେ  ପୁଣି ଜୁଲାଇରେ ଅାସିବେ ପଶ୍ଚିମ ଓଡିଶା।   ଦଳର ସଂଗଂଠନକୁ ପଶ୍ଚିମ ଓଡିଶାରେ ବେଶ  ସୁଦୃଡ କରିବାକୁ  ଝାରସୁଗୁଡା ବିମାନ  ବନ୍ଦରକୁ   ଲୋକାର୍ପଣ  ଅାଳ​‌ରେ ପୁଣି କର୍ମୀଙ୍କୁ  ବଳ ଦେବାକୁ   ଅାସୁଛନ୍ତି ମୋଦି।  ତାର ମାସେ ପରେ ଅର୍ଥାତ ଅଗଷ୍ଟରେ   ବିଜେପି  ଚାଣକ୍ୟ  ଅମିତ ଶାହା  ଦକ୍ଷିଣ ଓଡିଶାରେ   ରେ ପାଦ ଦେବେ। ଗତ ବର୍ଷ  ଗଂଜାମ ରେ    ମୋ ବୁଥ  ସବୁଠୁ ମଜବୁତ  କାର୍ଯ୍ୟକ୍ରମରେ ଯୋଗ​‌ ଦେଇଥିବା  ଶାହାଙ୍କ ପୁଣି  ଦକ୍ଷିଣ  ଓଡିଶା ଗସ୍ତ  ରାଜନୌତିକ  ଦୃଷ୍ଟି କୋଣରୁ   ବେଶ   ଗରୁତ୍ବ ପୁଣ୍ର୍ଣ।କହିବାକୁ ଗଲେ  ପୁରା ଓଡିଶାକୁ କବଜା କରିବାକୁ   ମୋଦି ଶାହା ଯୋଡି  ପୁରା  ତୟାର ଏଭଳି ସଂକେତ    ମିଳୁଛି।

 

ବିଜେପିର  ମିଶନ ଇଷ୍ଟ ଓ ଓଡିଶା​‌ରେ ମିଶନ ୧୨୦ ପ୍ଲସର  କାର୍ଯ୍ୟକ୍ରମର  ଏସବୁ ଅଂଶ ବିଶେଷ ବୋଲି କୁହାଯାଉଛି।ଓଡିଶାକୁ କେନ୍ଦ୍ରୀୟ ନେତାଙ୍କ ଫୋକିସ ଓ ବିକାଶ  ପାଇଁ ସହଯୋଗର ହାତ ବଢାଇ  ବିଜେପି ଓଡିଶା​‌ରେ   କ୍ଷମତା ଦଖଲର ଏକ  ବଡ   ଗେମପ୍ଳାନରେ  ଥିବା  ଦୃଶ୍ୟମାନ  ହେଉଛି।  ବିଜେଡି,-କଂଗ୍ରେସ   ବିଜେପିର  ଏଭଳି ଗେମ ପ୍ଲାନକୁ ଭିନ୍ନ୍ ଦଢଷ୍ଟଠିରେଦେଖିଛନ୍ତି। ମହା ନସି ପ୍ରସଙ୍ଗ , ସ୍ବତନ୍ତ ଅାର୍ଥିକ ସହାୟତା ​‌ ଅାଦି େକ୍ଷେତ୍ରରେ ​‌େ​‌ମୋଦି ସରକାରଙ୍କ ନିତୀ ସ୍ପଷ୍ଟ ହେଉ ନଥିବାରୁ   ଓଡିଶାବାସୀ  ବିଜେପି ସହ   ଯିବେ ନା  ନାହି ତାହା  ସମୟ କହିବ। କିନ୍ତୁ ଏସବୁ ଗସ୍ତରୁ  ବିଜେପି  ଫାଇଦା ନେଇଥିବା   ଦେଖା ଯାଉନି।

ମୋଦି  ଅମିତ ଶାହାଙ୍କୁ  ଘନ ଘନ ସଓଡିଶାକୁ ଡାକିତ ବିଜେପି ନିଜ ସପକ୍ଷରେ  ମାହୋଲ  ସୃଷ୍ଟ କରିବାକୁ ଚାହୁଛି। ଓଡିଶା ନେତୃତ୍ବ  ରାଜ୍ୟ ସରକାରଙ୍କୁ  ଅାକ୍ରମଣ  ମଧ୍ୟ  ଜାରି ରଖିଛନ୍ତି।। ଏଭଳି ସ୍ଥିତିରେ     ଅାସନ୍ତା  ନିର୍ବାଚନରେ ଜନମତ  କେଉ: ଅାଡକୁ ଢଳୁଛି ତା  ଉପରେ ନଜର।

Click to comment

Leave a Reply

Your email address will not be published. Required fields are marked *

To Top