News

ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଅଡୁଆ ବଢାଉଛି କିଏ ?

ବଢ଼ୁଛି ବରିଷ୍ଠ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଅଡୁଆ। ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଗୋଟିଏ ପୁଅ ଜେଲରେ ଥିବାବେଳେ ଆଉ ଗୋଟିଏ ପୁଅ ବାନ୍ଧିବାକୂ ପୋଲିସ ଯୋଜନା କରୁଛି। ମନ୍ତ୍ରୀ ପଦରେ ଥାଇ ନିଜ ପୁଅ୍ରକୁ ସୁରକ୍ଷା ଦେଇ ନପାରିବା ବଦ୍ରୀଙ୍କ ମନକୁ କେବଳ ଆଘାତ ଦେଇନି ବରଂ ଅଧିକ ପ୍ରତିକ୍ରିୟା ଶୀଳ ହେବାକୁ ବାଧ୍ୟ କରିଛି ପରିସ୍ଥିତି। ଏସବୁ ପାଇଁ  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ଭାଇ ସୋମ୍ୟ ପଟ୍ଟନାୟକଙ୍କ ଆଡକୁ ନିଶାନ ସାଧିଛନ୍ତି। କହିଛନ୍ତି ମୋ ପରିବାର ପଛରେ ପଟ୍ଟନାୟକ ବ୍ରଦର୍ସଙ୍କ ଷଡଯନ୍ତ୍ର ଅଛି। ପିସିସି ସଭାପତି ପଦରେ ଥିଇବି ରାଜ୍ୟ କଥା ଛାଡି ଘଷିପୂରା ନିର୍ବାଚନ ମଣ୍ତଳୀକୁ ଅଧିକ ଫୋକସ ଦେଉଛନ୍ତି। ତାଙ୍କ ପରିବାର ପ୍ରତି ନିରଞ୍ଜନ ଯେଉଁ ଷଡଯନ୍ତ୍ର କରୁଛନ୍ତି ତାକୁ ଗଣ ମାଧ୍ୟମରେ ଅତିରଞ୍ଜିତ କରିଛନ୍ତି ଭାଇ ସୋମ୍ୟ ରଞ୍ଜନ। ଯାହାକୁ କେବଳ ଘଷିପୂରା ନୁହଁ ପୂରା କେନ୍ଦୁଝର ରାଜନୀତି ବି ଚଳଚଞ୍ଚଳ ହୋଇ ଉଠିଛି।

ପ୍ରଶ୍ନ ଉଠୁଛି ଯେଉଁ ବଦ୍ରି ପାତ୍ର ପୂରା ଜିଲ୍ଲା ଉପରେ ଆଧିପତ୍ୟ ବିସ୍ତାର କରି ରଖିଥିଲେ ତାଙ୍କ ଏପରି ଅବସ୍ଥା ପାଇଁ ଦାୟୀ କିଏ ?।  ସନା ସେନା ସହ ବଦ୍ରି ପାତ୍ରଙ୍କ ସମର୍ଥକଙ୍କ ଲଢ଼େଇ କରୁଥିବାବେଳେ  ପଟ୍ଟନାୟକ ବ୍ରଦର୍ସଙ୍କୁ କାହିଁକି ବଦ୍ରି ଟାଣଛନ୍ତି ତାହା ଏବେ ରହସ୍ୟ ଘେରରେ। ଜିଲ୍ଲା ରାଜନୀତିରେ ବଦ୍ରିଙ୍କୁ ଡାଉନ କରି ନିରଞ୍ଜନଙ୍କ ପ୍ରଭାବ ବଢ଼ାଇବା ପଛରେ ଅଦୃଶ୍ୟ ଶକ୍ତି କାମ କରୁନି ତ ?  ସନା ମହାକୁଡ ଏହାର ମଧ୍ୟସ୍ଥି ହୋଇନାହାନ୍ତି ତ ? ୨୦୧୯ ନିର୍ବାଚନ ପରେ ନିରଞ୍ଜନଙ୍କ ମାଧ୍ୟମରେ ଏକ ବଡ ଲକ୍ଷ୍ୟ ପୂରଣ ପାଇଁ ଏଭଳି ଗୋଟି ଚାଳନା ହେଉନି ତ ? ନହେଲେ ପୂରା କେନ୍ଦୁଝର ରାଜନୀତିକୁ ନିୟନ୍ତ୍ରଣ କରୁଥିବା​‌ ମନ୍ତ୍ରୀ ନିଜ ଗଡରେ ଏତେ ଅସହାୟ ମଣୁଛନ୍ତି କାହିଁକି? ବଦ୍ରିଙ୍କ ପୁଅ ଫସିଥିବା ମୌକା ଦେଖି ବିଜେପି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ସେପଟେ ନିରଞ୍ଜନ ପୁରା ପଲ୍ଲା ଝାଡିଦେଇଛନ୍ତି।

ନିରଞ୍ଜନ ବଦ୍ରି ଲଢ଼େଇ ପ୍ରଭାବ କେବଳ କେନ୍ଦୁଝର ଜିଲ୍ଲା ନୁହେଁ ରାଜ୍ୟରାଜନୀତିରେ ବି ଗୁରୁତ୍ବ ରଖୁଛି। ୨୦୧୯ ନିର୍ବାଚନ ଫଳାଫଳ  ହିଁ ତାର ମୁକ ସାକ୍ଷୀ ହେବାକୁ ଯାଉଛି।

Click to comment

Leave a Reply

Your email address will not be published. Required fields are marked *

To Top