News

ମେକ୍ ଇନ ଓଡିଶା କାର୍ଯ୍ୟକ୍ରମକୁ ପାଣିଚିଆ କରିବା ଯୋଜନାରେ ବିଜେପି !

ମେକ ଇନ୍ ଓଡିଶା ନିର୍ବାଚନୀ ଧୁଆଁ ବାଣ । ପ୍ରତିଥର ରୋଡ ଶୋ ଓ   ମେକ ଇନ୍ ଓଡିଶା କାର୍ଯ୍ୟକ୍ରମରେ ଘୋଷଣା ହେଉଛି ଲକ୍ଷାଧିକ କୋଟି ଟଙ୍କାର ପୁଞ୍ଜି ନିବେଶର କଥା କିନ୍ତୁ ବାସ୍ତବ ଚିତ୍ର   ଭିନ୍ନ। ଗତ ପାଞ୍ଚ ବର୍ଷରେ ୨୦ ହଜାର କୋଟି ଟଙ୍କାରୁ ଅଧିକ ମିଳିଛି ରେଳ ବିକାଶ ପାଇଁ। ହେଲେ ଖୋର୍ଦ୍ଧା –ବଲାଙ୍ଗୀର ରେଳ ପ୍ରକଳ୍ପରେ ୩୭୯୧ କୋଟି , ତାଳଚୋ ବିମଳାଗଡ ୧୯୨୮କୋଟି, ପପାରଦ୍ବୀପ ହରିଦାଶ ପୁର ପାଇଁ ୧୮୪୪କୋଟି, ଅନୁଗୁଳ ସୁକିନ୍ଦା ପ୍ରକଳ୍ପ ପାଇଁ ୧୨୦୩ କୋଟି ଟଙ୍କା ଖର୍ଚ୍ଚ ହୋଇନି। ଏହା ହେଉଛି ପୁଞ୍ଜି ନିବେଶର ବାସ୍ତବ ଚିତ୍ର। ରାଜ୍ୟରେ ନାଁ ଅଛି ଶିଳ୍ପାୟନର ଏମ ସଠିକ ବାତାବରଣ ନା ଯେଉଁ ଲାଣ୍ତ ବ୍ୟାଙ୍କ ହୋଇଛି  ସେଥିରେ ଭୁତ୍ତିଭୂମି ପ୍ରସ୍ତୁତ ହୋଇଛି। ଏଭଳି ପ୍ରଶ୍ନ ଉଠାଇଛି ବିଜେପି। ସେହିଭଳି ଏମସସସିର ଅବ୍ୟବହୂର୍ତ ଜମିକୁ କୃଷକ ମାନଙ୍କୁ ଫେରାଇଦେବାକୁ କେନ୍ଦ୍ର ପିୟୁଷ ଗୋଏଲକୁ ଯେଉଁ ଚିଠି ଲେଖିଥିଲେ ତା ଜବାବରେ ବିଜେପି ପକ୍ଷରୁ ଏକ ଖୋଲା ଚିଠି ଦିଆଯାଇଛି ମୁଖୃମନ୍ତ୍ରୀଙ୍କୁ।ବିଜେପିର ଅଭିଯୋଗ ବିଭିନ୍ନ ପ୍ରାଇଭେଟ କମ୍ପାନୀକୁ ପବ୍ଲିକ ପ୍ରପୋଜ କ୍ଲଜ ଅନୁଯାୟୀ ୧୪,୨୯୬ ଏକର ଚାଷ ଜମି ଦିଆଯାଇଛି।  ସେହିଭଳିସ ଏମରଜେନସି ପ୍ରୋଭିଜନରେ ୭୦୨୫ଏକର ଚାଷଜମି ଦିଆଯାଇଛି। କିନ୍ତୁ ତାହା ବ୍ୟବହାର ନହୋଇ ପଡି ରହିଛି। ସେ ସବୁ ଜମିକୁ  କାହିଁକି ରାଜ୍ୟସରକାର କୃଷକଙ୍କୁ ଦେଇ ନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି ।

କଥା ସେତିକିରେ ଅଟକିନି କେନ୍ଦ୍ରର ଅର୍ଥ ଓଡିଶାର ବିଭିନ୍ନଦ ପ୍ରକଳ୍ପରେ ବିତନିଯୋଗ ହେଉଥିବାବେଳେ କାହିଁକି କେନ୍ଦ୍ର ମନ୍ତ୍ରୀ ମାନଙ୍କୁ  ଡକାଯାଇନି ବୋଲି ବିଜେପି ପ୍ରଶ୍ନ କରିଛି। ଦଳ ପ୍ରଭାରୀ ଅରୁଣ ସିଂ କହିଛନ୍ତି ଛୋଟ ମନରେ କେହି ବଡ ହୋଇପାରିବେ ନାହିଁ। ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ବିଜେପି ପ୍ରଶ୍ନର ଜବାବ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମନ ଛୋଟ ନା ବଡ ସେ ସାଟିଫିକେଟ ଓଡିଶା ବାସୀ ଦେଇ ସାରିଛନ୍ତି। ମେକ ଇନ ଓଡିଶା ରାଜ୍ୟର ସମ୍ମାନର କଥା କେନ୍ଦ୍ରମନ୍ତ୍ରୀଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ନକରିବାର କାରଣ ​‌ହେଉଛି ରାଜ୍ୟବିଜେପିର ବିରୋଧ ।

ଏମଜିଏମ, ମନେଟ ପାଓ୍ବାର ଓ ଷ୍ଟିଲକୁ  ୧୨୦୦ଏକର ଅଧିକା ଚାଷ ଜମି ହସ୍ତାନ୍ତର କରାଯାଇଛି। ରେମୁଣାରେ ୧୧ଶହ ଏକର ଜମି ଇଣ୍ତଷ୍ଟ୍ରିଆଲ ପାର୍କ ପାଇଁ ଶୁଭ ଦେଇଥିଲେ ସରକାର । ସେଠି ମଧ୍ୟ ପ୍ରକଳ୍ପ ଆରମ୍ଭ ହୋଇନି । ଏସବୁ ଜମିକୁ କୃଷକମାନଙ୍କୁ ଫେରାଇ ଦେବାକୁ ଦାବି କରିଛି। ଅନେକ ସ୍ଥାନରେ ଶିଳ୍ପ ପାଇଁ ଜମିନେଇ ରିଅଲ ଇଷ୍ଟେଟ ବେପାର ଆରମ୍ଭ କଲେଣି। ରାଜ୍ୟରେ କେତେ ଜମି ଅବ୍ୟବହୃତ ହୋଇ ପଡିଛି ତା ଉପରେ ଶ୍ବେତପତ୍ର ଜାରି କରିବାକୁ ବିଜେପି ଦାବି କରିଛି।

Click to comment

Leave a Reply

Your email address will not be published. Required fields are marked *

To Top