News

ରାଜ୍ୟ ବିଜେପିର ହେବ ନବକଳେବର, ସଂଗଠନ ସଂପାଦକ ସାରଦା ସତପଥୀଙ୍କ ସ୍ଥାନରେ ଆସିଲେ ମାନସ ମହାନ୍ତି , ଅରୁଣ ସିଂ ଯିବେ ବସନ୍ତ ପଣ୍ଡା ବି !

ନୂଆ ଚେହେରା ଦେଖିବ ରାଜ୍ୟ ବିଜେପି ସଂଗଠନ । ସଂଗଠନ ମନ୍ତ୍ରୀରୁ ଆରମ୍ଭକରି ପ୍ରଭାରୀ ଓ ରାଜ୍ୟ ସଭାପତି ପର୍ଯ୍ୟନ୍ତ ସମସ୍ତଙ୍କୁ ବଦଳାଇବାକୁ ନିସ୍ପତି ନେଇଛି ବିଜେପି । ପ୍ରଥମ ପଦକ୍ଷେପ ସ୍ବରୁପ ସଂଗଠନ ସଂପାଦକ ସାରଦା ସତପଥୀଙ୍କୁ ବଦଳାଯାଇଛି । ଅମିତ ସାହାଙ୍କ ଗସ୍ତ ବେଳେ ବାକି ନାଁ ଉପରେ ଚୂଡାନ୍ତ ମୋହର ବାଜିବ ବୋଲି କୁହାଯାଉଛି । ୨୦୧୯ରେ ମିଶନ ୧୨୦ ପ୍ଲସକୁ ସାକାର କରିବାକୁ ବିଜେପି ନୂଆ ଅବତାରରେ ଆସିବ ବୋଲି ଦଳ ଭିତରେ ଚର୍ଚା ।…

ରାଜ୍ୟ ବିଜେପିରେ ନବକଳେବର ପାଇଁ ପ୍ରକ୍ରିୟା ଆରମ୍ଭ । ୨୦୧୯ ନିର୍ବାଚନ ପୂର୍ବରୁ ନୂଆ ଚେହେରା ଓ ନୂଆ ଯୋସ୍ ନେଇ ମୈଦାନକୁ ଓହ୍ଲାଇବ ବିଜେପି । ପଞ୍ଚାୟତ ନିର୍ବାଚନ ପରେ ବିଜେପି ଯେଉଂ ଯୋସ୍ ରେ ଥିଲା ବିଜେପୁର ଉପନିର୍ବାଚନ ପରେ ଦଳର ଗଣିତ ଭୁଲ ହୋଇଯିବା ପରେ ଦଳ ଏବେ ଆମୁଳଚୂଳ ସାଙ୍ଗଠନିକ ପୁନର୍ବିନ୍ୟାସ କରିବ ବୋଲି ମନସ୍ଥ କରିଛି । ପ୍ରଥମ ପଦକ୍ଷେପ ସ୍ବରୂପ ରାଜ୍ୟ ସଂଗଠନ ସଂପାଦକ ସାରଦା ସତପଥୀଙ୍କୁ ହଟାଇ ମାନସ ମହାନ୍ତିଙ୍କୁ ତାଙ୍କ ଜାଗାକୁ ଅଣାଯାଇଛି । ଆଉ ୪ ଓ ୫ ତାରିଖରେ ରାଷ୍ଟ୍ରିୟ ସଭାପତି ଅମିତ ସାହାଙ୍କ ଓଡିଶା ଗସ୍ତବେଳେ ଦଳର ସମୀକ୍ଷା ବୈଠକ ବସିବ । ସେଠି ସ୍ଥିର ହେବ ପରବର୍ତ୍ତି ରଣନୀତି ।

କୁହାଯାଉଛି, ଅମିତ ସାହାଙ୍କ ଗସ୍ତ ପରେ ଓଡିଶା ପ୍ରଭାରୀ ଅରୁଣ ସିଂଙ୍କ ବି ବିଦାହେବେ । ତାଙ୍କ ସ୍ଥାନରେ ତ୍ରିପୁରାରେ ବିଜେପି ପାଇଁ ମିରାକଲ୍ କରିଥିବା ସୁନିଲ ଦେଓଧର ଆସିପାରନ୍ତି ବୋଲି ଚର୍ଚ୍ଚା । ଉତ୍କଳ ଦିବସରେ ସୁନିଲ ଦେଓଧରଙ୍କ ଓଡିଶାବାସୀଙ୍କୁ ଶୁଭେଛାକୁ ନେଇ ଦଳଭିତରେ ପ୍ରବଳ ଆଲୋଚନା ଚାଲିଛି । ଏହାପରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ବି ହଟାଯାଇ ନୂଆ ଚେହେରା ଆଣିବାକୁ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଉଛି । ପ୍ରତାପ ଷଡଙ୍ଗି, ଓ କନକ ବର୍ଦ୍ଦନ ସିଂହଦେଓଙ୍କ ଭିତରୁ କାହାକୁ ରାଜ୍ୟ ସଭାପତି ପଦରେ ବସାଯାଇ ପାରେ ବୋଲି ଆଲୋଚନା ହେଉଛି । ଏପରିକି ସମୀର ମହାନ୍ତିଙ୍କ ନାଁ ବି ଚର୍ଚା ଭିତରକୁ ଆସୁଛି ।

କୁହାଯାଉଛି ଏଥର ଅମିତ ସାହାଙ୍କ ଓଡିଶା ଗସ୍ତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାପାଇଁ ଯେତିକି ଉଦିଷ୍ଟ, ସଂଗଠନ ରୂପରେଖକୁ ଠିକ୍ କରି କର୍ମିଙ୍କୁ ଚଳଚଞ୍ଚଳ କରିବାକୁ ସେତିକି ହିଁ ଧ୍ୟାନ ଦେବେ ସାହା । କାରଣ ମିଶନ ୨୦୧୯ ପାଇଂ ୧୨୦ ପ୍ଲସର ଯେଉଁ ଡାକର ଦେଇଛି ବିଜେପି ତାକୁ ସାକାର କରିବାକୁ କିଛି କମ୍ ମେହନତ କରିବାକୁ ପଡିବନି ବିଜେପିକୁ ।

Click to comment

Leave a Reply

Your email address will not be published. Required fields are marked *

To Top