Film & Entertainment

ସଲମନ ଖାଁ ଙ୍କୁ ୫ ବର୍ଷ ଜେଲ୍

ମହଙ୍ଗା ପଡ଼ିଲା ମୃଗୟା । ଫିଲ୍ମ ସୁଟିଂ ବେଳେ ମୃଗ ଶିକାର କରିଥିବା ସଲମାନ ରାଜା ୧୯ ବର୍ଷ ପରେ ଆସିଛନ୍ତି ଆଇନର ପଞ୍ଝାକୁ। ଜେଲ୍ ଯାଇଛନ୍ତି । ଆଜିଠାରୁ ଆରମ୍ଭ ହୋଇଛି ୫ ବର୍ଷର ଗଣତି । ପର୍ଯ୍ୟାୟ ପର୍ଯ୍ୟାୟ ବିଚାର ପ୍ରକ୍ରିୟା ପରେ ଯୋଧପୁର କୋର୍ଟରେ ଆସିଥିଲା ଚୂଡ଼ାନ୍ତ ରାୟ । କୋର୍ଟ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୫ ବର୍ଷ ଜେଲ୍ ସହ ୧୦ ହଜାର ଜୋରିମାନା କରିଥିଲେ । ତେବେ ସଲମାନଙ୍କ ସହିତ ଅଭିଯୋଗରେ ନାଁ ଆସିଥିବା ସୈଫ ଅଲ୍ଲୀ ଖାନ, ତବୁ, ନିଲମ ଓ ସୋନାଲୀ ବେନ୍ଦ୍ରେଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ। ରାୟ ଆସିବା ପରେ ସେହି କୋର୍ଟରୁ ହିଁ ସଲମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି।

କଥା ୧୯ ବର୍ଷ ତଳର୧୯୯୮ ମସିହା ଅକ୍ଟୋବର । ଗାନ୍ଧି ଦିବସ। ଯାହା ଏବେ ବିଶ୍ବବ୍ୟାପୀ ଅହିଂସା ଦିବସ ଭାବେ ପାଳନ କରାଯାଉଛି । ରାଜସ୍ଥାନର ଯୋଧପୁରରେ ହମ୍ ସାଥ୍ ସାଥ୍ ହୈ ଫିଲ୍ମର ସୁଟିଂ ସେଟ୍ରୁ ସହ ଅଭିନେତାଙ୍କୁ ସାଥରେ ନେଇ ସଲମନ ବାହାରିଥିଲେ ମୃଗୟାରେ । କୃଷ୍ଣ ମୃଗ ଶିକାର କରିଥିଲେ। ସ୍ଥାନୀୟ ବୈଷ୍ଣୋୟୀ ସଂପ୍ରଦାୟ ଏହାକୁ ଦୃଢ଼ ପ୍ରତିବାଦ କରିଥିଲେ। କୋର୍ଟରେ ମାମଲା ଚାଲିଲା । ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ ଦେବ୍ କୁମାର ଖାତ୍ରି ସଲମାନଙ୍କୁ କହିଥିଲେ “ତୁମେ ଅଭ୍ୟାସଗତ ଅପରାଧୀ”। ଆଉ ବନ୍ୟପ୍ରାଣୀ ସୁରକ୍ଷା ଆଇନ ସେକ୍ସନ ୫୧ ଅନୁଯାୟୀ ସଲମାନଙ୍କୁ ୫ ବର୍ଷ ଜେଲ୍ ପଠାଇଥିଲେ। ଅନ୍ୟମାନଙ୍କୁ ବେନିଫିଟ ଅଫ୍ ଡାଉଟ୍ରେ ଛାଡ଼ିଦେଇଥିଲେ । ଏହା ସେମାନଙ୍କୁ ଆଶ୍ବସ୍ତି କରିଛି ସିନା ବୈଷ୍ଣୋ ସଂପ୍ରଦାୟ ଦୁଃଖ ପ୍ରକାଶ କରିଛି।

ଅବଶ୍ୟ ସଲମାନ ବେଲ୍ ପାଇଁ ଆବେଦନ କରିପାରିବେ। ଉପର କୋର୍ଟକୁ ଯାଇପାରିବେ। ଏଥିପାଇଁ ତାଙ୍କୁ ସୋମବାର ଯାଏଁ ସମୟ ଦିଆଯାଇଛି। ପୂର୍ବରୁ ହିଟ୍ ଆଣ୍ଡ ରନ୍ ମାମଲାରେ ତଳ କୋର୍ଟ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କିନ୍ତୁ ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

To Top