Film & Entertainment

ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି

ବଲିଉଡ୍ ର ପ୍ରଥମ ଫିମେଲ୍ ସୁପର ଷ୍ଟାର ଶ୍ରୀଦେବୀଙ୍କ ସରିଛି ଅନ୍ତିମ ସଂସ୍କାର । ଭିଲେ ପାର୍ଲେ ସେବା ସମାଜ ଶ୍ମଶାନରେ ସଂଧ୍ୟାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।ଶେଷ ଦର୍ଶନ ପାଇଁ ହଜାର ହଜାର ଫ୍ୟାନ୍ ଭିଡ ଜମାଇଥିବା ବେଳେ ବଲିଉଡ୍ର ବହୁ ନାମୀ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଶ୍ରୀଦେବୀଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ପଞ୍ଚଭୂତରେ ଲୀନ ହେଲା ଶ୍ରୀଦେବୀଙ୍କ ପାର୍ଥିବ ଶରୀର । ମୁମ୍ବାଇର ଭିଲେ ପାର୍ଲେ ସେବା ସମାଜ ଶ୍ମଶାନରେ ସଂଧ୍ୟାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ଥିଲେ ସ୍ବାମୀ ବୋନୀଙ୍କ ସହ, ଦୁଇ ଝିଅ ଓ କପୁର ପରିବାରର ସଦସ୍ୟ ।… ଆଉ ଏ ହେଉଛି ଶ୍ରୀଦେବୀଙ୍କ ଶଶ୍ମାନ ନିଆଯାଉଥିବା ବେଳର ଦୃଶ୍ୟ । ଏହି ଜନ ସମୁଦ୍ରହିଁ ବୟାନ କରୁଛି ଶ୍ରୀଦେବୀଙ୍କ ଲୋକପ୍ରିୟତା । ଶ୍ରୀଦେବୀଙ୍କୁ ଅନ୍ତିମ ବିଦାୟ ଦେବାକୁ ଯେଭଳି ସାରା ମୁମ୍ବାଇ ଛୁଟି ଆସିଛି । କେବଳ ମୁମ୍ବାଇ କାହିଁକି ଦେଶ ବିଦେଶରୁ ଫ୍ୟାନ୍ ବି ଆସିଥିଲେ ଶ୍ରୀ ଙ୍କୁ ଶେଷ ବିଦାୟ ଦେବାକୁ । ୭୨ ଘଣ୍ଟା ପରେ କାଲି ରାତିରେ ଦୁବାଇରୁ ମରଶରୀର ମୁମ୍ବାଇରେ ପହଞ୍ଚିବା ପରେ ଲୋଖାଣ୍ଡୱାଲା ସ୍ଥିତ ଘରେ ରଖାଯାଇଥିଲା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସାଧାରଣ ଦର୍ଶନ ପାଇଁ ସକାଳେ ସାଢେ ୯ଟାରେ ନିକଟସ୍ଥ ସେଲିବ୍ରେସନ୍ କ୍ଲବକୁ ଅଣାଯିବା ସହ ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ଏଠାରେ ବଲିଉଡ୍ ଜଗତ ସହ ଜଡିତ ବହୁକଳାକାର, ନିର୍ଦ୍ଦେଶକ, ପ୍ରୟୋଜକ ଓ ରାଜନେତା ଶ୍ରୀଦେବୀଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ରେଖା, ଜୟାପ୍ରଦା, ମାଧୁରୀ, ତବ୍ବୁ, କାଜଲ, ବିଦ୍ୟାବାଲନ୍, ଐଶର୍ଯ୍ୟା, ସୁସ୍ମିତା ସେନ୍ , ଦୀପିକାଙ୍କ ଭଳି ଅଭିନେତ୍ରୀ ଓ ଶାହାରୁଖ୍,ସଲ୍ମାନ୍, ଅଜୟ,ସାହିଦ କାପୁର, ଜନ୍ ଆବ୍ରାହମ୍, ଅନୁପମ୍ ଖେର, ଡେଭିଡ୍ ଧାୱନ୍ଙ୍କ ଭଳି କଳାକାର ଓ ନିର୍ଦ୍ଦେଶକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ସେଲିବ୍ରେସନ୍ କ୍ଲବରେ ସାଧାରଣ ଦର୍ଶନ ପାଇଁ ଗୋଟିଏ ରାସ୍ତା କରାଯାଇଥିବା ବେଳେ ଅନ୍ୟ ଭିଆଇପି ଓ ଭିଭିଆଇପିଙ୍କ ଦର୍ଶନ ପାଇଁ ଆଉ ଏକ ରାସ୍ତା କରାଯାଇଥିଲା । ଶ୍ରେଦେବୀଙ୍କ ମର ଶରରୀ ପାଖାପାଖେ ରହିଥିଲେ ଦୁଇ ଝିଓ ଜାହ୍ନବୀ, ଖୁସୀ, ସ୍ବାମୀ ବୋନି କପୁର, ଦିଅର ଅନିଲ୍ କାପୁର ଓ ପରିବାରର ଅନ୍ୟ ସଦସ୍ୟ । ଶ୍ରୀଦେବୀଙ୍କ ବୋହୁ ବେଶରେ ସଜ୍ଜାଯାଇ ଏକ କାଚ ନିର୍ମିତ କଫିନ୍ ଭିତରେ ରଖାଯାଇଥିଲା । ପଦ୍ମଶ୍ରୀ ଶ୍ରୀଦେବୀଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ଦେହରେ ଗୁଡାଇ ଦିଆଯାଇଥିଲା ଜାତୀୟ ପତାକା । ସେହିଠାରେ ତାଙ୍କୁ ଦିଆଯାଇଥିଲା ତୋପ ସଲାମୀ । ଶଶି କପୁରଙ୍କ ପରେ ଶ୍ରୀଦେବୀ ହେଉଛନ୍ତି ବଲିଉଡ୍ର କଳାକାର ଯାହାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଛି
ଅପରାହ୍ନ ୨ଟାରେ ସେଲିବ୍ରେସନ୍ କ୍ଲବରୁ ଜୁହୁ ଭିଲେ ପାର୍ଲେ ସେବା ସମାଜ ଶ୍ମଶାନ ପର୍ଯ୍ୟନ୍ତ ବାହାରି ଥିଲା ଶ୍ରୀଦେବୀଙ୍କ ଅନ୍ତିମ ଶୋଭାଯାତ୍ରା । ଜନ ସମୁଦ୍ରରେ ଭରି ଯାଇଥିଲା ମୁମ୍ବାଇ ରାଜରାସ୍ତାର ଦୁଇ ପାଖ । ହଜାର ହଜାର ଫ୍ୟାନ୍ ରାସ୍ତାକଡରେ ଶ୍ରୀଦେବୀଙ୍କ ଶେଷ ଦର୍ଶନ ଟିକକ ପାଇବା ପାଇଁ ବ୍ୟାକୁଳ ହୋଇଥିଲେ । ଶୋଭଯାତ୍ରା ଗାଡିରେ ବି ଦୁଇ ଝିଅଙ୍କ ସହ, ବୋନି କାପୁର, ଅନିଲ୍ କାପୁର, ଅର୍ଜୁନ୍ କାପୁର, ଓ ଅନ୍ୟାନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ରାସ୍ତାରେ ଭିଡ ନିୟନ୍ତ୍ରଣ ସହ ଶ୍ମଶାନରେ ଭିଡ ନିୟନ୍ତ୍ରଣ ପାଇଁ ନାକେଦମ୍ ହୋଇଥିଲା ମୁମ୍ବାଇ ପୋଲିସ । ଶେଷରେ ସଂଧ୍ୟାରେ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଏଠାରେ ବି ବହୁ ବଲିଉଡ୍ କଳାକାର ଓ ପରିବାର ଲୋକେ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।….

Click to comment

Leave a Reply

Your email address will not be published. Required fields are marked *

To Top